ରାଜ୍ୟରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୬: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରବିବାର ସୂଚନା ଦେଇଛି ଯେ ଓଡ଼ିଶାରେ ଜୁନ୍ ୨୭ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ଓ ଝଡ଼ତୋଫାନ ଜାରି ରହିବ। ଏହି ପାଣିପାଗ ପରିସ୍ଥିତି ପାଇଁ ବିଭାଗ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି।ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ,ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକକୁ ଆଲର୍ଟ  ଜାରି କରାଯାଇଛି।  ସେହିପରି ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ନେଇ ଚେତାବନୀ ସହ ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ତୋଫାନ ନେଇ ୟୋଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । କିଛି କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି |ୟେଲୋ ଆଲର୍ଟ: କେନ୍ଦୁଝର, ମୟୂରଭଞ୍ଜରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼ତୋଫାନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ଆଶଙ୍କା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!