୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ,୨୩ା୬: ସମାଜବାଦୀ ପାର୍ଟିର ୩ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହି ବିଧାୟକମାନେ ହେଲେ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ। ଏହି ୩ ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ସମାଜବାଦୀ ପାର୍ଟି। ଗୋସାଇଗଞ୍ଜରୁ ଅଭୟ ସିଂହ, ଗୌରୀଗଞ୍ଜରୁ ରାକେଶ ପ୍ରତାପ ସିଂହ ଏବଂ ଉଞ୍ଚାହାରରୁ ମନୋଜ କୁମାର ପାଣ୍ଡେ ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳ ଏହି ବିଧାୟକମାନଙ୍କୁ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହିତ କରିବା ସହିତ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ ଏବଂ ବ୍ୟବସାୟ ବିରୋଧୀ ନୀତିକୁ ସମର୍ଥନ କରିବାର ଅଭିଯୋଗ କରିଛି।ସମାଜବାଦୀ ପାର୍ଟି ଅଫିସିଆଲ ପେଜ୍‌ରୁ ପୋଷ୍ଟ କରାଯାଇଥିବା ବିବୃତ୍ତିରେ ଲେଖାଯାଇଛି, “ସାମ୍ପ୍ରଦାୟିକ ବିଭାଜନକାରୀ ନକରାତ୍ମକତା ଏବଂ ଚାଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ, ବ୍ୟବସାୟ ବିରୋଧୀ, କର୍ମଚାରୀ ବିରୋଧୀ ଏବଂ ପିଡିଏ ବିରୋଧୀ ଚିନ୍ତାଧାରାକୁ ସମର୍ଥନ କରୁଥିଲେ। ଏହା ସମାଜବାଦୀ ସମନ୍ୱିତ ସକାରାତ୍ମକ ଚିନ୍ତାଧାରାର ବିପରୀତ। ସମାଜବାଦୀ ପାର୍ଟି ଜନସ୍ୱାର୍ଥରେ ଏହି ବିଧାୟକମାନଙ୍କୁ ଦଳରୁ ବହିଷ୍କାର କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!