NH ଉପରେ ଯୁବକଙ୍କୁ ଆଖିବୁଜା ଗୁଳିମାଡ଼

ବାରିପଦା,୨୩।୬: ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ସର୍ବସାଧାରଣରେ ଗୋଡ଼ାଇ ଗୋଡ଼ାଇ ଫାୟାରିଂ କଲେ। ବାଇକରେ ଆସିଲେ ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ।ଆଜି ବାରିପଦାରେ ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି। ଦିନ ଦ୍ୱିପ୍ରହରେ ଆତଙ୍କ କେଲାଇଛନ୍ତି ୩ ଜଣ ଦୁର୍ବୃତ୍ତ।NH-୧୮ ଅସନଯୋଡ଼ା ନିକଟରେ କରିଛନ୍ତି ଫାୟାରିଂ। କୁହାଯାଉଛି ଲୁଟ୍ ଉଦ୍ୟମ କରି ବିଫଳ ହେବାରୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ। ଫଳରେ ୫ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଛନ୍ତି।ଗୁଲିକାଣ୍ଡରେ ଜଣେ ଗୁରୁତର ହୋଇ PRM ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗୁଳି ବାଜିଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!