ନବରଙ୍ଗପୁର(ମିହିର ଶଙ୍କର ପାତ୍ର, ),୨୩।୬:-ବାଘବେଡା ସ୍ଥିତ ଡାବୁଗାଁ ଶିବ ମନ୍ଦିର ରେ ଜିଲ୍ଲା କ୍ଷତ୍ରିୟ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧିବଦ୍ଧ ଭାବେ ବଦ୍ରିନାରାୟଣ ସିଂହ ଙ୍କୁ କ୍ଷତ୍ରୀୟ ସମାଜର ଜିଲ୍ଲା ସଭାପତି ଭାବେ ଚୟନ କରା ଯାଇଛି। ସର୍ବ ପ୍ରଥମେ ବର୍ଷୀୟାନ ବ୍ୟକ୍ତି ମାନଙ୍କୁ ମଞ୍ଚାସିନ ହେବା ପରେ ସମ୍ମାନିତ କରା ଯାଇଥିଲା। ଏହି ଅବସରରେ ଦେବରାଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ପତନ ସିଂ, ମୋହନ ପରିଛା, କିଶୋର ସିଂ, ଭୁବନୀ ସୁର , ପ୍ରହଲ୍ଲାଦ ଭୁକ୍ତା, ଶୁରେସ ଜେନା ଏବଂ ଅନ୍ୟମାନେ ସଞ୍ଚାସିନ ଥିଲେ। ଜିଲ୍ଲା ର ବିଭନ୍ନ ବ୍ଲକ ରୁ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଭାଗ ନେଇଥିଲେ। ସମସ୍ତ ଆୟୋଜନ ର ତଦାରଖ ଡାବୁଗାଁ କ୍ଷତ୍ରିୟ ସମାଜ ପକ୍ଷରୁ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଭୁକ୍ତା, ଜୟନ୍ତ କୁମାର ପାତ୍ର, ମିହିର ଶଙ୍କର ପାତ୍ର, ଉମେଶ ଚନ୍ଦ୍ର ପାତ୍ର, ସୁନୀଲ କୁମାର ପାତ୍ର, କିସର ସିଂ, ସନ୍ତୋଷ କୁମାର ପାତ୍ର, ମନୋଜ କୁମାର ପାତ୍ର, ଦିନେଶ ସିଂ,ପଦମ ସିଂ, ଦିବାନ ସିଂ, ମହେଶ କୁମାର ପାତ୍ର, ବିପିନ୍ ଭୁକ୍ତା, ଦେବୀ ପ୍ରସାଦ ସିଂ, ପୁରୁଷୋତ୍ତମ ସାମନ୍ତ, ମହେନ୍ଦ୍ର ଦଳାଇ , ଲୁଲୁ ରାୟ, ବିଜୟ ସିଂ, ବିଜୟୀ ସିଂ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |