ଭୁବନେଶ୍ୱର,୨୪।୬: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୯ଟି ନୂଆ ମେଡିକାଲ କଲେଜ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ମନ୍ତ୍ରୀ କହିଛନ୍ତି । MBBS କଲେଜ, ଡେଣ୍ଟାଲ କଲେଜ ଓ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବ । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା ।ଏନେଇ ସୂଚନା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ।ସେ ଆହୁରି କହିଛନ୍ତି ଯେ, ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ୍ କଲେଜ୍ ହେବ। ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ କରାଯିବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |