ନବରଙ୍ଗପୁର( ମିହିର ଶଙ୍କର ପାତ୍ର, ):-ଡାବୁଗାଁ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ସାଢେ଼ ଚାରି କୋଟି ଓଡ଼ିଆଙ୍କ ହୃଦୟ ଜିତିଥିବା ଜନ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଧ୍ୟା 6 ଘଣ୍ଟା ସମୟରେ ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଏକ ସମୂହ ଦୀପ ପ୍ରଜ୍ବଳନ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ଏବଂ ବିଜେଡି କର୍ମି। ଏହି ସାମୁହିକ ଦୀପ ପ୍ରଜ୍ବଳନ ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଜିଲ୍ଲାପରିଷ ସଭ୍ୟ ଗୁପ୍ତ ବିଷୋୟୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବିଜେଡିର ବରିଷ୍ଟ ନେତା ଆପା ରାଓ, ବ୍ଲକ ଉପାଧ୍ୟକ୍ଷା ସଦାନନ୍ଦ ନାୟକ, ଡାଙ୍ଗରୀଗୁଡା ସରପଞ୍ଚ ରାମ କୁମାର ଗଣ୍ଡ, ଅଂଚଳା ସରପଞ୍ଚ ରମେଶ ଭତ୍ରା, ଟି ଜଗନୁ ବାବୁ ସମେତ ଡାବୁଗାଁ ଅଂଚଳର ବରିଷ୍ଟ ବିଜେଡି କର୍ମି ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |