ପୁରୀ,୨୫।୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଦିନକ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ସୁରକ୍ଷା କଡ଼ାକଡ଼ି ହୋଇଛି। ସୁରକ୍ଷା ଦାୟିତ୍ୱରେ 200 ପ୍ଲାଟୁନ ପୁଲିସ ମୁତୟନ ହେବା ସହିତ ସହଯୋଗ କରିବେ 12 ଶହ ଅଫିସର।ଅଣସର ଗୃହରେ ଥିବା ଚତୁର୍ଦ୍ଧାବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଗତକାଲି ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପାଦିତ କରିଥିଲେ । ହେଙ୍ଗୁଳ, ହରିତାଳ, କସ୍ତୁରୀ, କେଶର ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଏହି ବନକଲାଗି ନୀତି କରିଥାନ୍ତି ଦତ୍ତମହାପାତ୍ର ସେବାୟତ। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ ।ଚଳିତ ବର୍ଷରେ 8 ଟି ଭାଗରେ ପୁଲିସ ବ୍ୟବସ୍ଥା ବିଭକ୍ତ ହୋଇଥିବାବେଳେ ରଥଯାତ୍ରା ସୁରକ୍ଷାରେ 21 ଆଇପିଏସ ନିୟୋଜିତ ହେବେ।ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା ରହିବ। ନୂଆ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ । ମୋଟ 275ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ । ଲାଇଭ୍ ଫିଡ ଦେଖି ସବୁ କିଛି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ । ଟ୍ରାଫିକ ପାଇଁ ସ୍ବତନ୍ତ୍ର ପ୍ଲାନ ଓ ଆଣ୍ଟି ଡ୍ରୋନ ବି କାମ କରିବ ।୧ଲାଇଭ୍ ଫିଡ୍ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍ ରୁ କଣ୍ଟ୍ରୋଲ ହେବ । ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଆକାଶ ମାର୍ଗରୁ ଏରିୟଲ ସର୍ଭେ କରି ତୀକ୍ଷ୍ଣ ନଜର ରଖାଯିବ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ । ୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ କରାଯିବାକୁ ଥିବାବେଳେ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି । ସେହିପରି ସକାଳ ୯ଟାରୁ ୧0 ଟା ୩୦ ପର୍ଯ୍ୟନ୍ତପ୍ରାୟ ଦେଢ଼ଘଣ୍ଟା ଧରି ଭକ୍ତମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନ ପାଇଁ ଜିଲ୍ଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେପଟେ ତିନିରଥର ନିର୍ମାଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |