ଆଜି 12 ଟା 1 ମିନିଟରେ ଲଞ୍ଚ ହେବ ଆକ୍ସିଅମ-4 ମିଶନ

ନୂଆଦିଲ୍ଲୀ,୨୫।୬: ଆଜି 12 ଟା 1 ମିନିଟରେ ଲଞ୍ଚ ହେବ ଆକ୍ସିଅମ-4 ମିଶନ। ଫ୍ଲୋରିଡ଼ା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଉଡାଣ ଭରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ କ୍ରୁ ସଦସ୍ୟ।ଏନେଇ ନାସା (NASA) ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା। ୬ ଥର ଘୁଞ୍ଚିଲା ପରେ ଆସିଲା ନାସାର ନୂଆ ତାରିଖ। ଜୁନ୍ ୨୫ରେ ମହାକାଶ ଯିବ ଆକ୍ସିଅମ୍-୪ ମିଶନ୍।ନାସାର କେନେଡ଼ି ସ୍ପେସ ସେଣ୍ଟରରୁ ଫାଲକନ 39ଏରୁ ଲଞ୍ଚ ହେବ ଏବଂ 26 ଜୁନ ଭାରତୀୟ ସମୟ ଅପରାହ୍ନ 4 ଟା 30ରେ ଡକିଂ ହେବ।ପ୍ରଥମେ ଆକ୍ସିଓମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା। ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା। ମୋଟ୍ ୬ ଥର ମିଶନ୍‌କୁ ସ୍ଥଗିତ କରାଯାଇଥିଲା। ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବ। ତେବେ ସଫଳତାପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟଙ୍କ ଆଶା।ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି। କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ। ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି। ଆକ୍ସିଓମ୍‌-୪ ଏକ ଘରୋଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍‌ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି। ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ ଓ କ୍ରରୁ ଡ୍ରାଗନ୍‌ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚାଇବ।ମିଶନ୍‌ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି। ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ। ମିଶନ୍‌ର ଅବଧି ୧୪ ଦିନ ରହିବ। ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ। ଭାରତର ମହାକାଶ ଯାତ୍ରା ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!