ହାଇଦ୍ରାବାଦ,୩୦।୬: କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଜିଅନ୍ତା ଜଲିଗଲେ ୧୦ ଜଣ ଶ୍ରମିକ। ରଙ୍ଗାରେଡ୍ଡୀରେ ଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା।ସ୍ଥାନୀୟ NTV ତେଲୁଗୁ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁ ଲିଭାଇବା ପାଇଁ ୧୧ଟି ଦମକଳ ଗାଡ଼ି ନିୟୋଜିତ।ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପାସମାଇଲାରାମ ଫେଜ୍ ୧ ଅଞ୍ଚଳରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୧୨ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଦେଇଛି। ତେଲେଙ୍ଗାନା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, “ଘଟଣାଟି ସିଗାଚି ଫାର୍ମା କମ୍ପାନୀ, ପାସମାଇଲାରାମ ଫେଜ୍ ୧ରେ ଘଟିଛି।୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।”ଏହି ସମୟରେ, ପ୍ରଶାସନ ଉଦ୍ଧାର କାର୍ଯ୍ୟ ଚଳାଇଛି, ଏବଂ ଏପର୍ଯ୍ୟନ୍ତ ସେମାନେ ଘଟଣାସ୍ଥଳରୁ ୧୦ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |