ମୁମ୍ଵାଇ ,୧୩।୦୭; କାଲି ମହାକାଶରୁ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ା । କାଲି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ତିନି ସାଥୀଙ୍କ ପୃଥିବୀକୁ ଫେରିବା ସମୟ ଏବେ ନିକଟତର ହୋଇଛି। ଏହି ସମସ୍ତ ମହାକାଶଚାରୀ ଜୁନ୍ ୨୬ ତାରିଖରେ ମିଶନ୍ ଆକ୍ସିଅମ୍-୪ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS)ରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ, ଶୁଭାଂଶୁ ଜୁଲାଇ ୧୪ ତାରିଖରେ ISS ରୁ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ। ନାସା ଅନୁଯାୟୀ, ତାଙ୍କ ମହାକାଶଯାନ ଧୀରେ ଧୀରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଏବଂ ତା’ପରେ ଜୁଲାଇ ୧୫ ତାରିଖରେ ଆମେରିକାର କାଲିଫର୍ନିଆ ଉପକୂଳ ନିକଟ ସମୁଦ୍ରରେ ଓହ୍ଲାଇବ। ଶୁଭାଂଶୁ ଶୁକ୍ଲାଙ୍କ ଫେରିବା ନେଇ ତାଙ୍କ ବାପା କହିଛନ୍ତି ଯେ ସେ ଜୁଲାଇ ୧୫ ତାରିଖରେ ପୃଥିବୀକୁ ଫେରିବେ। ଆସନ୍ତାକାଲି, ଜୁଲାଇ ୧୪, ପ୍ରାୟ ୪.୩୦ ସମୟରେ ଅନଡକିଂ ହେବ।ଆକ୍ସିଅମ୍-୪ ମିଶନର ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ପାଇଁ ଯୋଜନା ରଖିଛି ନାସା । ୧୫ ତାରିଖ ଅପରାହ୍ନ ୩ଟାରେ ସେ ପୃଥିବୀ ପୃଷ୍ଠରେ ପହଞ୍ଚିବେ । ଏହା ଆମେରିକାର କାଲିଫର୍ଣ୍ଣିଆ ତଟରେ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ୍ କରିପାରେ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ । ଜୁନ୍ ୨୫ରେ ଲଞ୍ଚ୍ ହୋଇଥିଲା ଆକ୍ସିଅମ୍-୪ ମିଶନ । ଶୁଭାଂଶୁଙ୍କ ସମେତ ୪ଜଣ ମହାକାଶଚାରୀଙ୍କୁ ଧରି ମହାକାଶରେ ପହଞ୍ଚିବାର ପ୍ରାୟ ଅଢ଼େଇ ସପ୍ତାହ ପରେ କାଲି ପୃଥିବୀ ଆଡ଼କୁ ଫେରିବା ଆରମ୍ଭ କରିବ କ୍ରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟ ।ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଦୀର୍ଘ ୪୧ ବର୍ଷ ପରେ ମହାକାଶରେ ପାଦ ରଖିଛନ୍ତି ଆଉ ଜଣେ ଭାରତୀୟ । ୧୯୪୮ରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ । ସୋଭିଏତ ଅଭିଯାନର ଏକ ଅଂଶ ଭାବରେ ସେ ମହାକାଶକୁ ଯାଇଥିଲେ । ବର୍ତ୍ତମାନ ଭାରତୀୟ ବାୟୁସେନାର ପାଇଲଟ୍ ଗ୍ରୁପ କ୍ୟାପ୍ଟେନ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |