ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ ରାଜ୍ୟବ୍ୟାପୀ ଶୋକପ୍ରକାଶ ପାଇଛି। ନ୍ୟାୟ ମାଗି ହାରିଯାଇଥିବା ସୌମ୍ୟାଶ୍ରୀଙ୍କୁ ମୃତ୍ୟୁ ପରେ ନ୍ୟାୟ ଦେବା ଲାଗି ବିରୋଧୀ ଦଳ ଅଣ୍ଟା ଭିଡିଛନ୍ତି। ଏହି ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। କଂଗ୍ରେସ ସହିତ ୭ଟି ବାମପନ୍ଥୀ ଦଳ ଏହି ବନ୍ଦ ଡାକରା ପାଇଁ ଆହ୍ବାନ କରିଛନ୍ତି।ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି। ସେ କହିଛନ୍ତି, ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ। ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି। ୮ଟି ଦଳ ଏକାଠି ହୋଇଛନ୍ତି। ଶେଷରେ ନିଜ ଦଳ ଏବିଭିପିର ଝିଅ ବି ବାଦ୍ ପଡ଼ିଲାନି। ସେ ଝିଅ ପେଟ୍ରୋଲ ଆଣିଲା , ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେଣି। ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣିଲେନି। ଏସରକାର ନୈତିକ ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର। ଯାହାକୁ ଘୋର ବିରୋଧ କରିବୁ। ତାଙ୍କ ଦଳ ଏବିଭିପିର ଝିଅକୁ ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଉଛି। ଏହି ଦିନ ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ। ଏହି ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଦୋକାନବଜାର ବନ୍ଦ ରହିବ। ଗତ ସୋମବାର ରାତି ପ୍ରାୟ ୧୧ଟା ୪୬ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ବାଲେଶ୍ଵରର ପଳାସିଆ ଗାଁକୁ ନିଆଯାଇଥିଲା ମରଶରୀର। ମଙ୍ଗଳବାର ପୂର୍ବାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |