ମହାରାଷ୍ଟ୍ର ଶ୍ରୀରାମପୁର ପାନୀୟ ଜଳ ପାଇପ୍ ରେ ଟଏଲେଟ୍ ପାଣି ମିଶାଇବା ଘଟଣାକୁ ହିନ୍ଦୁ ମହାସଂଘ ର ବିରୋଧ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୫।୭ :-ମହାରାଷ୍ଟ୍ର ଶ୍ରୀରାମପୁର ରେ ପାନୀୟ ଜଳ ପାଇପ୍ ରେ ଟଏଲେଟ୍ ପାଣି ମିଶାଇ ହିନ୍ଦୁ ମାନଙ୍କର ଧର୍ମ ଭାବନା କୁ ଆଘାତ କରିବା ପାଇଁ କିଛି ଅଣ ହିନ୍ଦୁ ଉଦ୍ୟମ କରିଥିବା ଘଟଣା ବିଭିନ୍ନ ରାଷ୍ଟ୍ରୀୟ ସ୍ତରୀୟ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ, ଏବଂ ସାମାଜିକ ଗଣମାଧ୍ୟମ ରେ ଆସିବା ପରେ ହିନ୍ଦୁ ମାନଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏଭଳି କାର୍ଯ୍ୟ କୁ ହିନ୍ଦୁ ମହାସଂଘ ସଂପୂର୍ଣ୍ଣ ନିନ୍ଦା କରୁଛି। ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ କଠୋର ଦଣ୍ଡ ଦେବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିବେଦନ କରିଛନ୍ତି। ଏହା ସହ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସତର୍କତା ଅବଲମ୍ବନ ପାଇଁ ହିନ୍ଦୁ ମାନଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ହିନ୍ଦୁ ସଙ୍ଗଠନ ଏହା ଜାଣିବା ପରେ ଆଗାମୀ ଦିନରେ ଆହୁରି ପ୍ରତିକ୍ରିୟା ଆସିପାରେ ! ସମଗ୍ର ହିନ୍ଦୁ ସମାଜ ଧର୍ମ ରକ୍ଷା ପାଇଁ ସତର୍କ ରୁହନ୍ତୁ ବୋଲି ହିନ୍ଦୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଆଇନ ଉପରେ ଭରସା ଅଛି ଏବଂ ନିଶ୍ଚୟ ଦୋଷୀ ବ୍ୟକ୍ତିମାନେ ଦଣ୍ଡ ପାଇବେ ବୋଲି ହିନ୍ଦୁ ମହାସଂଘ ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!