ବାଲେଶ୍ବର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡି କର୍ମୀଙ୍କ ପ୍ରତିବାଦ

ଭୁବନେଶ୍ୱର,୧୬ା୭ : ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବଢ଼ୁଛି ରାଜନୀତି ତାତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ। ଲୋୟର ପିଏମଜିରେ ବିଜେଡିର ବିରୋଧ ପ୍ରଦର୍ଶନ କରୁଛି ।ଆନ୍ଦୋଳନ ବେଳେ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ। ଲୋୟର ପିଏମଜିରେ ପ୍ରଥମ ବ୍ୟାରିକେଡ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଛନ୍ତି ବିଜେଡି କର୍ମୀ। ଆନ୍ଦୋଳନକାରୀ ଅର୍ଥାତ ବିଜେଡି କର୍ମୀଙ୍କୁ ଘଉଡ଼ାଇବାକୁ ପାଣି ମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ।ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ। ଲୋୟର ପିଏମଜିରେ ଶହଶହ ବିଜେଡି କର୍ମୀ । ବାଲେଶ୍ବର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।ତେବେ ଆନ୍ଦୋଳନ ବେଳେ ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛି । ଆନ୍ଦୋଳନ ବେଳେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଲୋୟର ପିଏମ୍‌ଜିରେ ପ୍ରଥମ ବାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ ।ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି କମିଶନରେଟ୍ ପୋଲିସ। ବିଜେଡିର ଶତାଧିକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ। ସେପଟେ ନ୍ୟାୟ ଦାବିରେ ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁୁ ଅଣ୍ଡାମାଡ଼ ଘଟଣାରେ ୪ଜଣ କଂଗ୍ରେସ ଛାତ୍ରକୁ ଗିରଫ କରିଛି ପୋଲିସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!