ଭୁବନେଶ୍ୱର,୧୭।୭: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ। ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନାଗଣଶିକ୍ଷା ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି । ସ୍କୁଲରେ ସୁରକ୍ଷିତ ବାତାବରଣରେ ରହିବେ ଛାତ୍ରଛାତ୍ରୀ ।ଏ ନେଇ ବିଭାଗ ପକ୍ଷରୁ ଆଜି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ନମ୍ବର- ୧୮୧ ଜାରି କରାଯାଇଥିବାବେଳେ ଶିଶୁଙ୍କ ପାଇଁ ୧୦୯୮ ହେଲ୍ପ ଲାଇନ ନମ୍ବର ଜାରି କରିଛି ବିଭାଗ ।ସେହିପରି କୌଣସି ଅସୁବିଧା ହେଲେ ୧୧୨କୁ କଲ କରି ପୋଲିସକୁ କରିପାରିବେ ଯୋଗାଯୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୮୦୦୩୪୫୬୭୨୨ ନମ୍ବର ଜାରି କରାଯାଇଛି ।ଆଇନ। ରାଜ୍ୟର ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖଛି। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଏବଂ ଛାତ୍ରୀଙ୍କ ପାଇଁ ସ୍କୁଲରେ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ଚିଠି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ହେବ। ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ। ଓମେନ ହେଲ୍ପଲାଇନ- ୧୮୧, ଶିଶୁ ହେଲ୍ପଲାଇନ-୧୦୯୮। ପୋଲିସ ହେଲ୍ପଲାଇନ-୧୧୨। ଆବଶ୍ୟକୀୟ ଜରୁରୀ ସହାୟତା ପାଇଁ ଏହି ହେଲପ ଲାଇନ ନମ୍ବର ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର-୧୮୦୦୩୪୫୬୭୨୨। ସୁଦୃଶ୍ୟ ସ୍ଥାନରେ ହେଲ୍ପଲାଇନ ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ର, ବିଦ୍ୟାଳୟ ଓ ହଷ୍ଟେଲରେ ହେଲ୍ପଲାଇନ ନଂ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |