ଭୁବନେଶ୍ଵର,୧୭।୭: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମ ବ୍ରାଞ୍ଚ ଆରମ୍ଭ କରିଛି ତନାଘନା। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି କଲେଜରେ ପରିସରକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛି। ସେହିପରି କ୍ରାଇମ ବ୍ରାଞ୍ଚ ଟିମ୍ ଆହତ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ମଧ୍ୟ ପଚରା ଉଚରା କରିଛି। ସେହିପରି ଛାତ୍ରୀ ରହୁଥିବା ହଷ୍ଟେଲରେ ମଧ୍ୟ ସ୍ଥିତି ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଗତକାଲି ରାଜ୍ୟ ସରକାର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍। ବାଲେଶ୍ବର ଏବଂ କଟକ ଉଭୟ ସ୍ଥାନରେ ଦୁଇଟି ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଏଫ ଏମ କଲେ କ୍ୟାମ୍ପସରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ CAW & CW ଆଇଜି ଏସ ସାଇନ ଏବଂ ତଦନ୍ତକାରୀ ଅଧିକାରୀ ଡିଏସପି ଇମନ କଲ୍ୟାଣ କଲେଜ ପରିସରକୁ ଯାଇଛନ୍ତି। ସେଠାରେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ଜଣଙ୍କ ଦେହରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ କରିଛନ୍ତି। କିଛି କର୍ମଚାରୀ ଓ ଛାତ୍ରୀଙ୍କୁ ପଚରା ଉଚରା କରିଛି। ସେହିପରି କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ କଟକରେ ଚିକିତ୍ସାଧୀନ ଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ପଚରା ଉଚରା କରିଛି। ଜ୍ୟୋତି ପ୍ରକାଶ ପୀଡ଼ିତା ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଆହତ ହୋଇଥିଲେ। ଏବଂ ସେ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। କଟକ ଏସସିବି ମେଡିକାଲରେ ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଜ୍ୟୋତି ପ୍ରକାଶ ତାଙ୍କ ମା ଏବଂ ଡାକ୍ତରଙ୍କୁ ପଚରା ଉଚରା କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |