ବାଲେଶ୍ୱର,୧୯ା୭: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତ୍ରୀ ଜଣକ ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସୋମବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଏଚ୍ଓଡି ସମୀର ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା।ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପରିସରଭୁକ୍ତ ହେଲେ ଆଡିସନାଲ ଏସ୍ପି ଓ ଆଇଆଇସି ।ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ପହଞ୍ଚିଥିଲେ ଉଚ୍ଚଶିକ୍ଷା ବିଭାଗ ଟିମ୍ । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରୁଥିବା ବେଳେ ମହାବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିଥିଲେ ଆଡିସନାଲ ଏସ୍ପି ନିରଞ୍ଜନ ବେହେରା ଓ ସହଦେବଖୁଣ୍ଟା ଆଇଆଇସି ଅଜୟ କୁମାର ମୁର୍ମୁ । ଏହି ଦୁଇ ଜଣ ପୋଲିସ ଅଫିସରଙ୍କୁ ପଚରାଉଚରା କରିଛି ଉଚ୍ଚ ଶିକ୍ଷା ବିଭାଗ ଟିମ୍ ।ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶୁକ୍ରବାର ଏଫ୍ଏମ୍ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍କୁ ଏକ ବଡ଼ ସୁରାକ୍ ମିଳିଛି। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା ଏବଂ କିଏ ଆଣିଲା ସେନେଇ ସୁରାକ୍ ମିଳିଛି।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି।ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି ମେମ୍ବରଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚରାଉଚରା କରିଥିଲେ। ଏଥିସହ ସ୍ଥାନୀୟ ପେଟ୍ରୋଲ ପମ୍ପକୁ ଯାଇ ତଦନ୍ତ କରିଥିଲେ। ଘଟଣା ଦିନ ଜଣେ ଯୁବତୀ ବ୍ୟାଟେରୀଚାଳିତ ସ୍କୁଟି ଯୋଗେ ଯାଇ ଏକ ବୋତଲରେ ୧ଲିଟର ପେଟ୍ରୋଲ ଆଣିଥିବା ସମ୍ପର୍କରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଯିଏ ପେଟ୍ରୋଲ ଆଣିଥିଲେ, ତାଙ୍କର ଉକ୍ତ ଛାତ୍ରୀଙ୍କ ସହ ସମ୍ପର୍କ କଣ, ସେ ଏବିଭିପି ସଙ୍ଗଠନ ସହ ଜଡ଼ିତ କି ନାହିଁ, ଏହି ପେଟ୍ରୋଲ କଲେଜକୁ ଯାଇଥିଲା କି, ସେ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରିଛନ୍ତି। ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |