ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୨।୭ :- ଡାବୁଗାଁ ବ୍ଲକ ଅଧୀନ ମୁଣ୍ଡାଗୁଡା ଗ୍ରାମ ନିକଟରେ ଥିବା ଜମି ଭିତର କରେଣ୍ଟ ଖୁଣ୍ଟରେ ଚଡି କରେଣ୍ଟ କାମ କରିବା ସମୟରେ କରେଣ୍ଟ ସକ ରେ ଯୁବକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ବରିଗାଁ ଗ୍ରାମର ରାମା ଭତ୍ରା ବୋଲି ଜଣାପଡିଛି। ସେ ଡାବୁଗାଁ ଟାଟା ପାୱାର କରେଣ୍ଟ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଜଣାପଡିଛି। ଟାଟା ପାୱାର ର ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚିବା ପରେ ଗ୍ରାମବାସୀଙ୍କ ଉପସ୍ଥିତି ରେ ଶବ କୁ ଡାବୁଗାଁ ମେଡିକାଲ ଅଣାଯାଇଛି। ବର୍ତ୍ତମାନ ଡାବୁଗାଁ ପୋଲିସର ତଦନ୍ତ ଆରମ୍ବ ହଇଛି ତଦନ୍ତ ପରେ ସମସ୍ତ ଘଟଣା ଜଣା ପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |