ସର୍ବବ୍ୟାପି ନିରାକାର ବ୍ରହ୍ମଙ୍କୁ ଜାଣିବା​‌େ​‌ର ଜୀବନ ସାର୍ଥକ ହୋଇଥାଏ’

ଭୁବନେଶ୍ବର, ,୨୨ା୭:ଆଜିର ସମୟରେ ନିଜକୁ ଜାଣିବା ଏକ ବଡ଼ ଆହ୍ବାନ। ଲ​‌େ​‌କ୍ଷ ଚଉରାଶି ଜନ୍ମ ପରେ ମଣିଷ ଜନ୍ମ ଲାଭ କରିଛି। ସେଥିପାଇଁ ସର୍ବବ୍ୟାପି ନିରାକାର ବ୍ରହ୍ମଙ୍କୁ ଜାଣିବାରେ ଜୀବନ ସାର୍ଥକ ଲାଭ କରିଥାଏ। ମୁଁ କିଏ ଜାଣିଲେ, ମଣିଷ ମନରେ ଶାନ୍ତି, ପ୍ରେମ ଏବଂ ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ଶନିବାର ଜୟଦେବ ଭବନଠାରେ ଅନୁଷ୍ଠିତ ସନ୍ଥ ନିରଙ୍କାରୀ ମିଶନ ପକ୍ଷରୁ ‘ୱାନ୍‌ନେସ୍ ଟକ୍‌-ମୁଁ କିଏ’ ଶୀର୍ଷକ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଥ ଭାଇ ଭଉଣୀ ମାନେ ମତବ୍ୟକ୍ତ କରିଛନ୍ତି।ଏହି ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ନିରଙ୍କାରୀ ମଣ୍ଡଳ ଦିଲ୍ଲୀର ପ୍ରଚାର ପ୍ରସାର ବିଭାଗର ସଂଯୋଜକ ହେମରାଜ ଶର୍ମା ଯୋଗଦେଇ ପ୍ରେରଣାଦାୟକ ବିଚାର ରଖି କହିଥିଲେ ଯେ ଏକ କୁ ଜାଣିବା ଏବଂ ଏକ କୁ ମାନିବା ଜୀବନକୁ ସରଳ କରିଦେଇଥାଏ। ଏହା ସହିତ ଆମକୁ ଆତ୍ମ ସମୀକ୍ଷା କରିବାକୁ ସାମ୍ପ୍ରତିକ ପରିସ୍ଥିତିରେ ଚାପପୂର୍ଣ୍ଣ ଜୀବନଶୈଳୀରେ ଆଧ୍ୟାତ୍ମିକ ଚିନ୍ତନର ଗୁରୁତ୍ୱ ଅଧିକ ରହିଛି । ‘ୱାନ୍‌ନେସ୍‌ ଟକ୍‌’ ଭଳି କାର୍ଯ୍ୟକ୍ରମ ସଚେତନତାର ଏକ ନୂତନ ଆଲୋକ ଦେଖାଇବା ସହ ଆତ୍ମ ଚେତନା ଆଡକୁ ଗତି କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦେଉଛି। ନିରଙ୍କାରୀ ମିଶନ୍ ପକ୍ଷରୁ ସମାଜରେ ଶାନ୍ତି, ପ୍ରେମ ଏବଂ ଏକତା ସୃଷ୍ଟି କରିବାରେ ଦୀର୍ଘବର୍ଷ ଧରି ଆଧ୍ୟାତ୍ମିକ ସତ୍‌ସଙ୍ଗ ଦେଶ ଏବଂ ବିଦେଶରେ ଅନୁଷ୍ଠିତ ହୋଇ ଆସୁଛି। ଏହି ଅବସରରେ କାର୍ଯ୍ୟକ୍ରମ ଅବସରରେ ଭକ୍ତି ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ମଧ୍ୟରେ ଶାନ୍ତି ଏବଂ ସୁସମ୍ପର୍କ ପାଇଁ ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତଃ ଶୁଭନୀତ ଗୁଗ୍‌ନାନୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତି ବର୍ଷ ପାଳିତ ହେଉଥିବା ଏହି କାର୍ଯ୍ୟ୍‌କ୍ରମରେ ନିରଙ୍କାରୀ ମିଶନର ସନ୍ଥ ଭାଇ ଭଉଣୀ,ଶ୍ରଦ୍ଧାଳୁମାନଙ୍କ ସମେତ ବିଭିନ୍ନ ଧାର୍ମିକ ସଂଗଠନର ପ୍ରତିନିଧି ଏବଂ ଦେଶ ବିଦେଶରୁ ପ୍ରତିନିଧି ଯୋଗଦେଇଥିଲେ । ଭୁବନେଶ୍ୱର ଜୋନାଲ ଇନ୍‌ଚାର୍ଜ ସତିନ୍ଦର ଗୁଗ୍‌ନାନୀ ଧନ୍ୟବାଦ ଦେଇଥିଲେ । ସେବାଦଳ ଭାଇ ଭଉଣୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!