କୁବେର DFO ବାବୁ ନିତ୍ୟାନନ୍ଦ ଗିରଫ

ଭୁବନେଶ୍ୱର,୨୨।୭:କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ ଶେଷରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ଗିରଫ ।ଆୟଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍ ଠାବ ।୯ ହଜାର ବର୍ଗଫୁଟର ବହୁତଳ କୋଠା, ୨ ଫାର୍ମ ହାଉସ ମିଳିଛି । ୧୦.୨୫ ଲକ୍ଷର କ୍ୟାସ୍, ୫୦.୩୮ ଲକ୍ଷର ବ୍ୟାଙ୍କ ଜମା ।୨ଟି ଚାରି ଚକିଆ ଓ ୨୦୦ ଗ୍ରାମ ସୁନା ଠାବ କରାଯାଇଥିଲା । ଏଥିସହ ୨୩.୮୦ ଲକ୍ଷର ଘରକରଣା ସାମଗ୍ରୀ ମିଳିଛି ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ନିତ୍ୟାନନ୍ଦଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଯାଞ୍ଚବେଳେ ୧୧୫ଟି ପ୍ଲଟ୍‌, ଅନୁଗୋଳ ଟାଉନରେ ୪ମହଲାର ଏକ ଆଲିଶାନ୍‌ କୋଠା, ଘରୁ ୨୦୦ ଗ୍ରାମ ସୁନା ଅଳଙ୍କାର, କାଠ ନିର୍ମିତ ବିଭିନ୍ନ ଆକର୍ଷଣୀୟ କଳାକୃତି ଓ ତୀର, ବନ୍ଧୁକ, ଟାଙ୍ଗିଆ ଆଦି ଜବତ ହୋଇଛି। ଏଥିସହ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ଦୁଇଟି ଚାରିଚକିଆ ଯାନ ଓ ୪ଟି ଦୁଇଚକିଆ ଯାନ ଠାବ ହୋଇଥିଲା। ମଙ୍ଗଳବାର ଆୟହବିର୍ଭୂତ ସମ୍ପତ୍ତି ଠୁଳ ନେଇ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!