ଭୁବନେଶ୍ୱର,୨୩।୭: ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର BMC ଏକଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ପଟ୍ଟନାୟକ । ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । । ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ପଟ୍ଟନାୟକଙ୍କ ସହିତ ୪ଟି ସ୍ଥାନରେ ଚଢାଉ କରାଯାଇଛି। BMC ଅଫିସ୍ ସମେତ ଭୁବନେଶ୍ୱର ବଡ଼ଗଡ଼ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ। ଏହି ରେଡରେ ୬ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ୍ ଅଛନ୍ତି । ଯନ୍ତ୍ରୀଙ୍କ ଘରେ ପୁଳା ପୁଳା ସଂପତ୍ତି ଠାବ ହେଲାଣି। ମିଳିଲାଣି ବିପୁଳ ସୁନା ଅଳଙ୍କାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |