ଭରଣପୋଷଣ ପାଇଁ ମହିଳା ମାଗିଲେ ୧୨ କୋଟି, ସୁପ୍ରିମକୋର୍ଟ କହିଲେ, ନିଜେ ରୋଜଗାର କର

ନୂଆଦିଲ୍ଲୀ, ୨୩ା୭:ସୁପ୍ରିମକୋର୍ଟ ସୋମବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ଯୋଗ୍ୟ ମହିଳାମାନେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାର କରିବା ଉଚିତ। ଛାଡ଼ପତ୍ର ପରେ ଉଚ୍ଚ ଶିକ୍ଷିତା ମହିଳାମାନେ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ। ‘ଯଦି ଏତେ ଜିନିଷ ନେବାକୁ ଇଚ୍ଛା, ତେବେ ନିଜେ ରୋଜଗାର କର’; ମହିଳାଙ୍କ ଆବେଦନକୁ ନେଇ ଏଭଳି ଜବାବ ଦେଲେ ସୁପ୍ରିମକୋର୍ଟ। ବିବାହର ୧୮ମାସ ପରେ ବିବାଦ ହେବାରୁ ମହିଳା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଆବେଦନରେ ଭରଣପୋଷଣ ପାଇଁ ସେ ସ୍ବାମୀଙ୍କଠାରୁ ୧୨କୋଟି ଟଙ୍କା, ମୁମ୍ବାଇରେ ଏକ ଘର ଏବଂ ବିଏମଡବ୍ଲୁ କାର୍  ମାଗିଥିଲେ। ଏହି ଦାବି ଦେଖି ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠ ଆଶ୍ଚର୍ଯ୍ୟ ହେବା ସହ ମହିଳାଙ୍କୁ ‌ରୋଜଗାର କରିବାକୁ ପରାମର୍ଶ ଦେଇଥିଲେ।ପ୍ରଧାନ ବିଚାରପତି ବି.ଆର୍‌. ଗବଇ ଭରଣପୋଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ଜଣେ ମହିଳାଙ୍କୁ ଭର୍ତ୍ସନା କରି କହିଛନ୍ତି, ଆପଣ ଏତେ ଉଚ୍ଚଶିକ୍ଷିତା। ଏମ୍‌ବିଏ କରିଛନ୍ତି। ଭରଣପୋଷଣ ଦାବି କରିବା ଅପେକ୍ଷା ନିଜେ ରୋଜଗାର କାହିଁକି କରୁନାହାନ୍ତି। ହାଇଦ୍ରାବାଦ, ବେଙ୍ଗାଲୁରୁ ପରି ସହରରେ ଥିବା ଆଇଟି କ୍ଷେତ୍ରରେ ଆପଣଙ୍କ ପରି ଉଚ୍ଚଶିକ୍ଷିତା ମହିଳାଙ୍କ ଚାହିଦା ଅଧିକ। ଆପଣଙ୍କର ବିବାହ ମାତ୍ର ୧୮ ମାସ ତିଷ୍ଠିଛି। ଏହାସତ୍ତ୍ୱେ ବି ଆପଣଙ୍କୁ ବିଏମ୍‌ଡବ୍ଲ୍ୟୁ କାର୍‌ ଦରକାର ବୋଲି କହି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗବଇ ମହିଳାଙ୍କ ଉପରେ ଅସନ୍ତୋଷ ପ୍ରକାଶ କହିଛନ୍ତି। ଉକ୍ତ ମାମଲାରେ ମହିଳା ଜଣଙ୍କ ୧୮ ମାସ ମଧ୍ୟରେ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ସେ ନିଜର ଭରଣପୋଷଣ ପାଇଁ ସ୍ବାମୀଙ୍କଠାରୁ ୧୨ କୋଟି ଟଙ୍କା, ମୁମ୍ବାଇରେ ଏକ ଫ୍ଲାଟ୍‌ ଏବଂ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ଦାବି କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!