ରାଜଧାନୀରୁ ସିଂଥେଟିକ ଡ୍ରଗ୍ସ ଠାବ

ଭୁବନେଶ୍ବର,୨୩।୭: ରାଜଧାନୀରୁ ମାରାତ୍ମକ ସିଂଥେଟିକ ଡ୍ରଗ୍ସ ଠାବ । ୨୩ ବର୍ଷୀୟ ଯୁବକ ପାଖକୁ ଆସିଥିଲା ପାର୍ଶଲ। ଏହି ଘଟଣାରେ ଅଭିଯୁକ୍ତ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରିଛି NCB । ବିଦେଶରେ ବ୍ୟବହାର ହୁଏ ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ । ଓଡ଼ିଶାରେ ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର। ନୋଏଡା ରୁ ଇଞ୍ଜିନିୟରିଂ ପାସ କରିଥିବା NCB ର ସୂଚନା।ଏହି ସିନ୍ଥେଟିକ୍ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୬ ହଜାର ଟଙ୍କା ହେବ।ଏହା କେଉଁଠୁ ଆସିଥିଲା, କିଏ ଏହି ଡ୍ରଗ୍ସ ଯୁବକଙ୍କ ପାଖକୁ ପଠାଇଛି ସେନେଇ ତଦନ୍ତ କରୁଛି ଏନସିବି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!