ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ

ଭୁବନେଶ୍ଵର,୨୩।୭: ନାରୀ ନ୍ୟାୟ ବାହିନୀ ସଂଗଠନ ତରଫରୁ ଉନ୍ମୋଚନ ହୋଇଛି ନାରୀ ନ୍ୟାୟ ବାହିନୀ ଆପ୍‌। ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ନାରୀମାନଙ୍କର ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଏହି ବାହିନୀ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି।ଆପ୍‌ ମାଧ୍ୟମରେ ନିର୍ଯାତନାର ଶିକାର ହେଉଥିବା ନାରୀ ସିଧାସଳଖ ସଂଗଠନ ସହ ଯୋଡି ହୋଇପାରିବେ। ଗାଁରେ ନିଜ ଅଧିକାର ବିଷୟରେ ଜାଣିନଥିବା ମହିଳାଙ୍କୁ ଅଧିକାର ବିଷୟରେ ଜଣାଇବା ଏହି ସଂଗଠନ। କର୍ମଶାଳା କରି ମହିଳାଙ୍କୁ ସଚେତନ କରାଯିବ।ଗୋଟିଏ ବର୍ଷ ଭିତରେ ନାରୀଙ୍କ ଉପରେ ଅତ୍ୟାଚାର ଅଧିକ ବଢିଛି। ନାରୀଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ସର୍ବଦା ଲଢେଇ କରୁଛନ୍ତି। ପ୍ରତ୍ୟେକ ​‌କ୍ଷେ​‌ତ୍ରରେ ନାରୀଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ରାଜ୍ୟରେ ନାରୀ ନିର୍ଯାତନା ବଢୁଛି, କିନ୍ତୁ ସରକାର ଉଦାସୀନ ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରି ନାରୀଙ୍କୁ ସୁରକ୍ଷା ଓ ସଚେତନ କରିବାସହ ଅନ୍ୟାୟ ବିରୋଧରେ ଏହି ସଂଗଠନ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!