ପୁରୀ, ୧୬।୦୮ : ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦ ଉତ୍ସବ। ଜନ୍ମାଷ୍ଟମୀ ପର ଦିନ ଭାଦ୍ରବ କୃଷ୍ଣ ନବମୀ ତିଥିରେ ମଙ୍ଗଳ ଆଳତି ପରେ ମହାଜନ ସେବକମାନେ ରାମ-କୃଷ୍ଣ ଦୁଇ ଚଳନ୍ତି ଦେବ ବିଗ୍ରହଙ୍କୁ ହାତରେ ବିଜେ କରାଇ ଜଗମୋହନସ୍ଥିତ ଦୋଳିରେ ବସାଇବେ। ଦକ୍ଷିଣି ଘରୁ ମଦନ ମୋହନ ଆସି ଦୋଳିରେ ବିଜେ ହେବେ। ନନ୍ଦୋତ୍ସବ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ବିଜୁଳି କନ୍ୟାକୁ ମାରିବା ନୀତି ଏବଂ ଶ୍ରୀଦୁର୍ଗା ଦେବୀ ଭଣ୍ଡାର ଘରକୁ ବାହୁଡ଼ା ବିଜେ ଆଦି ନୀତିକାନ୍ତି ପରେ, ନନ୍ଦୋତ୍ସବ ନିମନ୍ତେ ରାମ, କୃଷ୍ଣ ଓ ମଦନମୋହନଙ୍କୁ ଏକ ଖଟ ଉପରେ ବିଜେ କରାଯିବ।ସେମାନଙ୍କର ମାଜଣା, ମାଳଫୁଲ ଲାଗି ଓ ବେଶ କରି, ସାତପାହାଚ ଦ୍ବାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯିବ। ସେହିପରି ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ ବିଜେ କରାଇବେ। ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନଅରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାର ଆଶଙ୍କା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହାପରେ ଭିତରଚ୍ଛ ମହାପାତ୍ର ନନ୍ଦ ରାଜା ରୂପରେ ପୁରୀ ଶ୍ରୀନଅରକୁ ଯିବେ ଏବଂ ସେଠାରୁ ଫେରିଆସି ସ୍ନାନ ମଣ୍ଡପଠାରେ ବସିବେ। ତାଟଲେଙ୍କା ଗୋଟିଏ ଦୁହାଁଳି ଗାଈ ଲକ୍ଷ୍ମୀଙ୍କ ମନ୍ଦିର ପାଖକୁ ଆଣିବେ। ଗୋ-ଦୋହନ ପରେ ଚଳନ୍ତି ପ୍ରତିମାମାନଙ୍କୁ ରୂପା ପିଙ୍ଗଣରେ ଦୁଗ୍ଧ ସମର୍ପଣ, ପ୍ରସାଦ ଲାଗି ଓ ରାଶି କୋରା ମଣୋହି ଓ ବନ୍ଦାପନା ନୀତି ଆଦି କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |