ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ରେ 79 ତମ ସ୍ବାଧିନତା ଦିବସ ପାଳିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୬।୮:- ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟ ରେ 79 ତମ ସ୍ବାଧିନତା ଦିବସ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଜାତୀୟ ପତାକା ଉତ୍ଵଳନ କରିଥିଲେ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଗ୍ରାମ ପରିକ୍ରମା କରିଥିଲେ ପ୍ରଥମେ ଗ୍ରାମପଞ୍ଚାୟତ ଅଫିସ୍ ,ପରେ ମିଶନ ଶକ୍ତି କାର୍ଯ୍ୟାଳୟରେ ଶତାଧିକ ମହିଳା ଓ ଗ୍ରାମବାସୀ ଯୋଗ ଦେଇଥିଲେ ଭଣ୍ଡାରିଗୁଡ଼ରେ ଥିବା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି ପରିକ୍ରମାରେ ଯୋଗ ଦେଇଥିଲେ ପରେ ପରେ ଆଦର୍ଶ ବନ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବକ୍ତୃତା ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା ଉକ୍ତ ବିଦ୍ୟାଳୟର ସଭାପତି ଉଦ୍ଧବ ଚରଣ ନାୟକ ଉପ ସଭାପତି କୃଷ୍ଣ ପଟ୍ଟନାୟକ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ମଞ୍ଚାସୀନ ହୋଇ ଥିବାବେଳେ ବିଦ୍ୟାଳୟର ଅଧକ୍ଷା ଜୟଶ୍ରୀ ପ୍ରିୟ ଦର୍ଶିନି ବେହେରା ଆସନ ଅଳଙ୍କୃତ କରିଥିଲେ ଏହି ସଭାକୁ ଶିକ୍ଷୟତ୍ରୀ କରୁଣା ପୂଜାରୀ ସଂଯୋଜନା କରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!