ଶ୍ରୀମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

ପୁରୀ,୧୬।୮: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି।ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି।ବ୍ୟକ୍ତିଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ କରାଯାଉଛି ପଚରାଉଚରା। ଅଟକ ବ୍ୟକ୍ତି ଜଣଙ୍କ ବିହାରର ବୋଲି ଜଣାପଡିଛି । ସେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣଙ୍କ ହଠାତ୍‌ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିଲେ । ଏପିରିକି ୫ ରୁ ୭ ଫୁଟ୍‌ ଚଢିସାରିଥିବା ବେଳେ କାବୁ କରିଥିଲେ ଜେଟିପି । ଉକ୍ତ ବ୍ୟକ୍ତିକୁ ଅଟକ ପରେ ସିଂହଦ୍ୱାର ଥାନାରେ ଜିମା ଦେଇଛି ଜେଟିପି । ଅଟକ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ଏହାବ୍ୟତୀତ ଘଟଣାରେ ଅଧିକ ଛାନ୍‌ଭିନ୍‌ ରଖିଛି ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!