ଭୁବନେଶ୍ବର,୧୬।୮: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାସ ହାର ରହିଛି 56.23% । ପ୍ରେସମିଟରେ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମୋଟ 3457 ଜଣ ଫର୍ମ ପୂରଣ କରିଥିଲେ, କିନ୍ତୁ 1944 ଜଣ ପାସ କରିଛନ୍ତି ।ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେ ଭିତରୁ ପାସ୍ କରିଥିଲେ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ। ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଥିଲେ। ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ସେପଟେ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଷ୍ଟେଟ ଓପନଡ୍ ସ୍କୁଲ ସାର୍ଟିଫିକେଟରେ 5973 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ ହାର 55.26% ରହିଛି।ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ଏହାର ରେଜଲ୍ଟ ପ୍ରୋସେସିଂ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |