ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୬।୮- ସି.ଆର.ସି.ସି. ଯୋଗଦାନ ପାପଡ଼ା ହାଣ୍ଡି ବ୍ଲକର ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ “ସ୍ୱତନ୍ତ୍ର ଅଭିଭାବକ ବୈଠକ” ଅନୁଷ୍ଠିତ ରେ ସି.ଆର.ସି.ସି. ବାବୁଲାଲ ସାଗର ସେମଳା ଉଚ୍ଚ ବିଦ୍ୟାଳୟ, ଡୁମୁରି ପଦର, ପକନା ଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଯୋଗଦାନ କରି ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ସହ ଅଧାରୁ ପାଠ ଛାଡ଼ିଥିବା ପିଲା ମାନଙ୍କୁ କାଉନସେଲିଂ ମାଧ୍ୟମରେ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆଲୋଚନା କରିଥିଲେ ଓ ଅଭିଭାବକ ସମୁହ କୁ ଅଂଶ ଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ଆସ ସ୍କୁଲ ଯିବା ସଚେତନତା ପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା।ପ୍ରଧାନ ଶିକ୍ଷକ ସମୁହ ଅଭିଭାବକ ମାନଂକ ସହ “ସ୍ୱତନ୍ତ୍ର ଭାବେ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଓ ଅଭିଭାବକ ତରଫରୁ ବୈଠକରେ ଯୋଗଦାନ କରିଥିବାରୁ ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |