ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୬।୮-ଡାବୁଗାଁ ବ୍ଲକ ର ସମସ୍ତ ବିଦ୍ୟାଳୟ ରେ “ଆସ ସ୍କୁଲ ଯିବା” ଅଭିଯାନ ନେଇ ସ୍ୱତନ୍ତ୍ର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ବାହାରେ ଥିବା ଓ ଆଦୌ ବିଦ୍ୟାଳୟ ରେ ନାମ ଲେଖାଇ ନଥିବା ୫ବର୍ଷ ରୁ ଉର୍ଦ୍ଧ ଓ ୧୮ବର୍ଷ ରୁ କମ ବୟସ ର ପ୍ରତ୍ୟେକ ପିଲାଙ୍କୁ ଏଵଂ ଡ୍ରପ ଆଉଟ୍ ଥିବା ପ୍ରତ୍ୟେକ ପିଲାଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ସହ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇବା , ଧନ୍ଦା ମୁଳକ ଶିକ୍ଷା ଅନୁଷ୍ଠାନ କିମ୍ବା ଶିଳ୍ପ ତାଲିମମାନଙ୍କ ରେ ନାମ ଲେଖାଇବା ଏହି କାର୍ଯ୍ଯକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପରିଦର୍ଶନ ରେ ଆସିଥିବା ଜିଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡ଼ା ଖୁଣ୍ଟା ଓ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିକିଲି ରେ ଯୋଗ ଦେଇ ପିଲାଙ୍କୁ କିପାରି ଭାବାରେ ଶିକ୍ଷ୍ୟା ଦେଇ ଉଚ୍ଚ ଶିକ୍ଷିତ କରାଇବେ ସେ ନେଇ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡିଓ ଶରତ ମାଝୀ , ଡାବୁଗାଁ ବ୍ଲକ ଗୋଷ୍ଠୀଶିକ୍ଷ୍ୟା ଅଧିକାରୀ ରଶ୍ମିତା ନେତାମ , ସହକାରୀ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଭଗବାନ ମାଝୀ , ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ , ସିଆରସିସି ପ୍ରସନ୍ନ କୁମାର ଦଣ୍ଡସେନା ଓ ହେମନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧିକାରୀ ଶିକ୍ଷକ , ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ “ଆସ ସ୍କୁଲ ଯିବା” ଅଭିଯାନକୁ ସଫଳ କରିବା ପାଇଁ ଶପଥ ପାଠ କରିଥିଲେ । ଡାବୁଗାଁ ବ୍ଲକ ରେ ମୋଟ ୧୦୮୨ ଜଣ ଡ୍ରପଆଉଟ୍ ପିଲାଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୩୫ଜଣ ପିଲା ବିଦ୍ୟାଳୟ ରେ ନାମ ଲେଖାଇ ସାରିଥିବା ଏହି କାର୍ଯ୍ୟକ୍ରମ ରେ ସୁଚନା ପ୍ରଦାନ କରାଯାଉଛି । ଆଗାମୀ ଦିନରେ ୪୦ଜଣ ପିଲାଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଜିଲା ଶିକ୍ଷା ଅଧିକାରୀ ଙ୍କୁ ଅଭିଭାବକ ମାନେ ପ୍ରତିଶ୍ରୁତି କରିଥିଲେ । ଏହା ପରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡ଼ାଖୁଣ୍ଟା ଠାରେ ସମସ୍ତ ଅଧିକାରୀ ଓ ଅଭିଭାବକ ମାନେ ବୃକ୍ଷ ରୋପଣ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |