ଜମ୍ମୁ-କାଶ୍ମୀର ବାଦଲଫଟା ବର୍ଷା ; ମୃତ୍ୟୁ ସଂଖ୍ୟା ୬୫

ଶ୍ରୀନଗର ,୧୬ା୮: ଜମ୍ମୁ-କାଶ୍ମୀରର କିସ୍ତୱାଡରେ ବାଦଲ ଫଟା ବର୍ଷା ପରେ ଏଯାଏଁ ପ୍ରାୟ ୬୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇ ୧୧୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ କିସ୍ତୱାରରେ ପହଞ୍ଚିଥିଲେ। ଅବଦୁଲ୍ଲା କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଆକଳନ କରାଯାଉଛି। ଏହି ସମୟରେ, କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।କିସ୍ତୱାଡରେ ବର୍ଷା ହେଉଛି। ଏହି କାରଣରୁ ଦଳକୁ ଉଦ୍ଧାର କାର୍ଯ୍ୟ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାଣିପାଗ ବିଭାଗ ମଧ୍ୟ ପାଗ ସମ୍ପର୍କରେ ସତର୍କ ସୂଚନା ଜାରି କରିଛି। କାମ ବିନା ଘରୁ ବାହାରକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ପ୍ରଳୟର ୩ ଦିନ ପରେ ବି ମାଟି, କାଦୁଅ ତଳୁ ଚାଲିଛି ଜୀବନ ସନ୍ଧାନ । ଆଉ ଯିଏ ବଞ୍ଚି ଯାଇଛି ସେ ଖୋଜୁଛି ନିଜ ଘର ଠିକଣା । ହେଲେ ଏଠି ଘର ନାହିଁ କି ଦ୍ବାର ନାହିଁ । ନିଜ ଅଞ୍ଚଳକୁ ଚିହ୍ନିବା ବି ମୁସ୍କିଲ । ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର, ଏ ଭିଡିଓରୁ ଅନୁମାନ କରି ହେଉଥିବ । ଜମ୍ମୁ ଓ କାଶ୍ମୀର କିସ୍ତୱାରରେ ପ୍ରଳଙ୍କକାରୀ ତାଣ୍ଡବ ସବୁକିଛି ଧ୍ବସ୍ତ ବିଧ୍ବସ୍ତ କରି ଦେଇଛି । ଏଯାଏଁ ପ୍ରାୟ ୭୦ ମୃତଦେହ ଉଦ୍ଧାର ହୋଇଥିବା ବେଳେ,ଏବେ ବି ଅନେକ ନିଖୋଜ ଅଛନ୍ତି । ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ସମେତ ସେନା ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଧ୍ବଂସସ୍ତୂପ ତଳେ ଅଧିକାଂଶ ପୋତି ହୋଇପଡିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କିସ୍ତୱାଡର ଚାସୋତି ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ସାମିଲ ଥିବା କୁହାଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!