ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌,୨୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା SIT

ନୂଆଦିଲ୍ଲୀ ,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି।ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ହରିୟାଣା ପୋଲିସ ମେ ୧୬ରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ପ୍ରାୟ ୩ ମାସ ପରେ ଏବେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ଜ୍ୟୋତି ଦୀର୍ଘ ସମୟ ଧରି ଗୁପ୍ତଚର କାର୍ଯ୍ୟ କରୁଥିବା ଚାର୍ଜସିଟ୍‌ରେ କହିଛି ପୋଲିସ। ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଗୁପ୍ତ ସୂଚନା ଜ୍ୟୋତି ଲିକ୍ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।ହିସାର ପୋଲିସ ଦ୍ୱାରା ପ୍ରାୟ ୨୫୦୦ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ହରିୟାଣା ପୋଲିସ ସୂତ୍ର ଅନୁଯାୟୀ, SIT (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍) ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍‌ରେ ପୋଲିସ ଦାବି କରିଛି ଯେ ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଏକ ଟୁଲ୍ କିଟ୍ ଭାବରେ ବ୍ୟବହାର କରାଯାଉଥିଲା। ଏହା ସହିତ, ସେ ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ।କେସ୍ ଡାଏରୀରେ ଜ୍ୟୋତିଙ୍କ ସମସ୍ତ ବିଦେଶ ଯାତ୍ରା ମଧ୍ୟ ଉଲ୍ଲେଖ କରାଯାଇଛି। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଏହି ସୂଚନା ବଦଳରେ ଜ୍ୟୋତିଙ୍କୁ ଆର୍ଥିକ ଲାଭ ଦିଆଯାଇଥିଲା। ଗୁପ୍ତଚର ସନ୍ଦେହରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ସେ ଥିଲେ।ପୋଲିସ କହିଛି ଯେ ଜ୍ୟୋତି ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେଠାକାର ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ। ପୋଲିସ ଜ୍ୟୋତିଙ୍କ ମୋବାଇଲ୍ ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଜ୍ୟୋତି ପାକ୍ ହାଇକମିଶନରେ ନିଯୁକ୍ତ ଦାନିଶ୍ ଅଲିଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ ଜ୍ୟୋତି ଏବଂ ଦାନିଶ୍ ମଧ୍ୟରେ ଚାଟ୍ ମଧ୍ୟ ପାଇଛି।ଜ୍ୟୋତି ISI ଏଜେଣ୍ଟ ଶାକିର, ହାସନ ଅଲି ଏବଂ ନାସିର ଡିଲୋନଙ୍କ ସହ କଥା ହେଉଥିଲେ। ପହଲଗାମ୍ ଆକ୍ରମଣ ସମୟରେ ଜ୍ୟୋତି ମାଲହୋତ୍ରାଙ୍କ ଭୂମିକାର ତଦନ୍ତ ଚାଲିଛି। ଜ୍ୟୋତି ଏବଂ ହାସନ ନାମକ ଜଣେ ଏଜେଣ୍ଟଙ୍କ ମଧ୍ୟରେ ଚାଟ୍ ମଧ୍ୟ ପୋଲିସ ପାଇଛି।ହିସାରର ବାସିନ୍ଦା ୩୩ ବର୍ଷୀୟ ଜ୍ୟୋତି ମାଲହୋତ୍ରା ‘ଟ୍ରାଭେଲ୍ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିଲେ। ତାଙ୍କୁ ମେ ୧୬ ୨୦୨୫ରେ ଗିରଫ କରାଯାଇଥିଲା। ତାଙ୍କ ଉପରେ ପାକିସ୍ତାନ ସହିତ ଏପରି ଅନେକ ସୂଚନା ବାଣ୍ଟିବାର ଅଭିଯୋଗ ଥିଲା ଯାହା ଦେଶ ପାଇଁ ବିପଦ ସୃଷ୍ଟି କରିପାରେ। ଏନେଇ ତାଙ୍କୁ ଗିରଫ କରାଯାଇଥିଲା। ଅନେକ ଥର ପାକିସ୍ତାନ ଗସ୍ତ କରିଥିବା ତଦନ୍ତ ସମୟରେ ଜଣାପଡିଥିଲା। ଏହା ସହିତ, ସେଠାକାର ଅନେକ ନେତା ଏବଂ ଅଧିକାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି। ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାରତ ୧୩ ମଇରେ ପାକିସ୍ତାନ ହାଇକମିଶନରେ ନିଯୁକ୍ତ ଏହସାନ-ଉର-ରହିମ ଓରଫ ଦାନିଶଙ୍କୁ ବହିଷ୍କାର କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!