ଆଳିରେ ମଇଁଷି ଗୋଠକୁ ଗୋଡ଼ାଇ ଗୋଡ଼ାଇ ମାରିଲେ କୁମ୍ଭୀର

କେନ୍ଦ୍ରାପଡ଼ା,୧୭।୮: ଆଳିରେ କୁମ୍ଭୀର ଆତଙ୍କ । ମଇଁଷିପଲକୁ ଗୋଡ଼ାଇ ଗୋଡ଼ାଇ ମାରିଲେ କୁମ୍ଭୀର । କୁମ୍ଭୀରଙ୍କ ଆକ୍ରମଣରେ ୩୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଏକାଧିକ ମଇଁଷି ନିଖୋଜ ଅଛନ୍ତି । କୁମ୍ଭୀର ଆକ୍ରମଣରେ ମଇଁଷିଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୂର୍ବରୁ କୁମ୍ଭୀର ମଣିଷ ଓ ଗାଈଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ଗୃହପାଳିତ ପଶୁଙ୍କୁ ବି ଛାଡ଼ୁ ନାହିଁ ।ଆଳି ବ୍ଲକ ଏକମାଣିଆ ପଞ୍ଚାୟତକୁ ଚାରିପାର୍ଶ୍ଵରୁ ଘେରି ରହିଛି ନଦୀ । ଗାଁରେ କିଛି ଲୋକ ମଇଁଷି ଚାଷ କରନ୍ତି । ଆଉ ପ୍ରତିଦିନ ଭଳି ଆଜି ବି ଗାଁର ଗଣେଶ ଦାସ ଓ ଜଗନ୍ନାଥ ଦାସଙ୍କ ସହ ନଳପାହି ଗାଁର ପରମାନନ୍ଦ ବିଶ୍ଵାଳଙ୍କ ମଇଁଷିପଲ ଚରିବାକୁ ଯାଇଥିଲେ । ମଇଁଷି ଗୋଠ ନଦୀ ନିକଟ ନାଳ ପାର୍ଶ୍ଵରେ ଚରୁଥିବା ବେଳେ ହଠାତ୍ ଆକ୍ରମଣ କରିଥିଲେ ଏକାଧିକ କୁମ୍ଭୀର ।ଫଳରେ ଆଘାତ ଅବସ୍ଥାରେ ମଇଁଷିପଲ ଭୟଭୀତ ହୋଇ ଦକ୍ଷିଣଡିହା ଗାଁର ନାଳ ଭିତରକୁ ପଶି ଯାଇଥିଲେ । କୁମ୍ଭୀର ଆକ୍ରମଣରେ ମଇଁଷିପଲ କ୍ଷତାକ୍ତ ହୋଇ ନାଳ ସହ ଘାସରେ ଫସି ରହିଥିଲେ । ଗ୍ରାମବାସୀ ଏନେଇ ରାଜନଗର ଦମକଳ କେନ୍ଦ୍ରକୁ ଜଣାଇଥିଲେ । ସ୍ଥାନୀୟ ସରପଞ୍ଚଙ୍କ ୨ଟି ବୋଟ୍ ଓ ଡଙ୍ଗା ସହାୟତାରେ ମଇଁଷିଙ୍କୁ ଉଦ୍ଧାର କରାଯାଉଛି ।ବର୍ତ୍ତମାନ ପର୍ଯ୍ୟନ୍ତ ୩୦ରୁ ଅଧିକ ମଇଁଷିଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ୪୦ରୁ ଅଧିକ ମଇଁଷି ନିଖୋଜ ଥିବା ସୂଚନା ମିଳିଛ । ଆଜି ଏକମାଣିଆ ଗାଁର ଗଣେଶ ଦାସଙ୍କ ୩୦ଟି ମଇଁଷି, ଜଗନ୍ନାଥ ଦାସଙ୍କ ୩୦ଟି ମଇଁଷି ଓ ନଳପାହି ଗାଁର ପରମାନନ୍ଦ ବିଶ୍ୱାଳଙ୍କ ୧୨ଟି ମଇଁଷି ଚରିବାକୁ ଯାଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!