ବେଜିଂ,୧୭।୮: ବିଶ୍ବରେ ଦ୍ରୁତ ଗତିରେ ରୋବୋଟ ଟେକ୍ନୋଲୋଜିର ବିକାଶ ହେବାରେ ଲାଗିଛି। ଏବେ ଏହି ରୋବୋଟ ମନୁଷ୍ୟ ଭଳି ସନ୍ତାନ ଜନ୍ମ କରିବାକୁ ଯାଉଛି। ଏହା ୧୦ ମାସରେ ସନ୍ତାନ ପ୍ରସବ କରିବ। ଚୀନ୍ର କାଇଭା ଟେକ୍ନୋଲୋଜି ଏହି ରୋବୋଟ ନିର୍ମାଣ କରୁଛି। ଏହାର ନାମ ‘ପ୍ରେଗ୍ନାନ୍ସି ରୋବୋଟ’ ରହିଛି।କମ୍ପାନୀର ସିଇଓ ଝାଙ୍ଗ କିଫେଙ୍ଗ କହିଛନ୍ତି ଯେ ରୋବୋଟ ପେଟରେ ଏକ ଆର୍ଟିଫିସିଆଲ ଗର୍ଭ ରହିବ। ଏଥିରୁ ଭ୍ରୂଣକୁ ପୋଷଣ ମିଳିବ। ଆସନ୍ତା ବର୍ଷ ଏହି ରୋବୋଟକୁ ଲଞ୍ଚ୍ କରାଯିବ। ଏହାର ମୂଲ୍ୟ ଲକ୍ଷେ ୟୁଆନ ଅର୍ଥାତ୍ ୧୧.୬ ଲକ୍ଷ ଟଙ୍କା ରହିବ। ତେବେ ଏହି ରୋବୋଟକୁ ନେଇ କମ୍ପାନୀକୁ ଅନେକ ସମାଲୋଚନା କରୁଛନ୍ତି। ଏହା ଦ୍ବାରା ଶିଶୁ ଏବଂ ମା’ ମଧ୍ୟରେ ଥିବା ନୈସର୍ଗିକ ସମ୍ପର୍କ ଶେଷ ହୋଇଯିବ। ତେବେ ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ ମନୁଷ୍ୟ ଭଳି ସନ୍ତାନ ଜନ୍ମ କରିବା ଏବେ ରୋବୋଟଙ୍କ ପକ୍ଷେ ସମ୍ଭବ ନୁହେଁ।କିୱା ଟେକ୍ନୋଲୋଜି କହିଛି ଯେ ସେମାନେ ଏପରି ଏକ ରୋବୋଟ୍ ବିକଶିତ କରୁଛନ୍ତି ଯାହା ମଣିଷ ପରି ଗର୍ଭବତୀ ହୋଇପାରିବ ଏବଂ ତା’ ଗର୍ଭରେ ଏକ ସନ୍ତାନକୁ ଜନ୍ମ ଦେବ । କମ୍ପାନୀ କହିଛି ଯେ ସେମାନେ ଆସନ୍ତା ବର୍ଷ ସୁଦ୍ଧା ଏହି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ କାମ ସମାପ୍ତ କରିବେ ଏବଂ ଏହାକୁ ବଜାରରେ ଲଞ୍ଚ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |