ଡାବୁଗାଁ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଚାପୁଡ଼ା ମାରି ଯୁବକ ଫେରାର

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୭।୮:- ଡାବୁଗାଁ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଚାପୁଡ଼ା ମାରି ଯୁବକ ଫେରାର। ସୂଚନା ପ୍ରକାରେ ଡାବୁଗାଁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିଥିଲା ଏକ ଆହତ ଯୁବକ, ତାକୁ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିବା ବେଳେ, ମୋର ଆଗ ସ୍ୱାସ୍ଥ୍ୟ ସେବା କରାଅ ବୋଲି କହି ଗଣ୍ଡଗୋଳ କରି ପରିବେଶରେ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରୁଥିବା ଶୁଣି ସମ୍ପୃକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାଃ ଶୁଭାଶିଶ ସାହୁ ଘଟଣା ସ୍ଥଳରେ ପହଂଚି ଗଣ୍ଡଗୋଳ ନ କରିବା ପାଇଁ କହିବାରୁ ଆହତ ଜଣକ ଅଧା ଚିକିତ୍ସା ଅବସ୍ତାରେ ଥିବା ସତ୍ତ୍ଵେ ହଠାତ୍ ଡ଼ାକ୍ତର ଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରି ସେଠାରୁ ପଳାଇ ଯାଇଥିଲା l ହେଲେ ଦେହର ଉପର ସ୍ପୋର୍ଟିଂ ବସ୍ତ୍ର ଛାଡି ଦେଇ ଚାଲି ଯାଇଥିଲା l ଉକ୍ତ ସ୍ପୋର୍ଟିଂ ରେ ଆହତ ଯୁବକ ଜଣକ ବରଦେଇ ଲେଖା ଥିବାରୁ ସେହି ଗ୍ରାମର ଯୁବକ ବୋଲି ସନ୍ଦେହ କରାଯାଉଛି l ତେବେ ଖବର ପାଇ ଡାବୁଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରି ସେହି ଗ୍ରାମକୁ ଯାଇଥିଲେ l ସେହି ଆହତ ଯୁବକ ଘରେ ନ ଥିଲା lଏପରି ଅଘଟଣ ଘଟାଇଥିବା ଉଦ୍ଧତ ଯୁବକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବୁଦ୍ଧିଜିବୀ, ଜନସାଧାରଣ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଦୃଢ ଦାବୀ କରିଛନ୍ତି l ପ୍ରକାଶ ଥାଉକି ନାମ ରେଜିଷ୍ଟରରେ ପଞ୍ଜୀକୃତ ନ ହୋଇ ପ୍ରଥମେ ରୋଗୀ ଚିକିତ୍ସା ଆରମ୍ଭ ହୋଇଥିଲା l ମୁଣ୍ଡ ଫାଟି ଯାଇଥିବା ଯୋଗୁଁ ସିଲେଇ ହୋଇଥିଲା, ଇଞେକସନ୍ ଲୋଡ କରୁଥିବା ବେଳେ ଏଭଳି ଅଘଟଣ ଘଟାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!