ନୂଆଦିଲ୍ଲୀ,୧୭।୮:ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଠିକଣା ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ, ପିଏମଓ ସାଉଥ୍ ବ୍ଲକରେ ଅବସ୍ଥିତ, ଯାହା ଆସନ୍ତା ମାସରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ କୁ ସ୍ଥାନାନ୍ତରିତ ହେବ। ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନିର୍ମିତ ଏହି ନୂତନ ଏନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟତୀତ କ୍ୟାବିନେଟ ସଚିବାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଉନ୍ନତ କନ୍ଫରେନ୍ସିଂ ରୁମ ସୁବିଧା ମଧ୍ୟ ରହିବ। ଏହା ଉଲ୍ଲେଖନୀୟ ଯେ ନୂତନ ପିଏମଓ ପ୍ରଧାନମନ୍ତ୍ରୀଙ୍କ ବାସଭବନର ନିକଟତର ଓ ସାଉଥ୍ ବ୍ଲକରେ ଥିବା ପିଏମଓରେ ଆଧୁନିକ ସୁବିଧାର ଅଭାବ ଅଛି।ଲିଟୁୟନ୍ସ ଦିଲ୍ଲୀର ପାୱାର କରିଡରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୭୮ ବର୍ଷ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅର୍ଥାତ୍ ପିଏମଓର ଠିକଣା ବଦଳିବାକୁ ଯାଉଛି । ବର୍ତ୍ତମାନ ପିଏମଓର ଠିକଣା ସାଉଥ୍ ବ୍ଲକ୍ । କିନ୍ତୁ ଆସନ୍ତା ମାସରେ ଏକ୍ସିକ୍ୟୁଟିଭ୍ ଏନକ୍ଲେଭକୁ ଏହା ଶିଫ୍ଟ ହେବ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆସନ୍ତା ମାସରୁ ନୂଆ ଠିକଣାରୁ କାମ ଆରମ୍ଭ କରିବ । ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନ ସମୟରେ ନିର୍ମାଣ କରାଯାଇଥିଲା । ପୁରୁଣା ବିଲ୍ଡିଂରେ ସ୍ଥାନ କମ ଓ ଆଧୁନିକ ସୁବିଧାର ଅଭାବ ମଧ୍ୟ ଅଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରଶାସନିକ କାର୍ଯ୍ୟରେ ସୁବିଧା ପାଇଁ ନୂତନ ଓ ଉନ୍ନତ ଭବନ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସାଉଥ୍ ବ୍ଲକରୁ କିଛି ଦୂରରେ ଏକ ନୂତନ ଏକ୍ସିକ୍ୟୁଟିଭ ଏନକ୍ଲେଭର ନିର୍ମାଣ କରାଯାଇଥିଲା । ନୂଆ ବିଲ୍ଡିଂରେ ପିଏମଓ, କ୍ୟାବିନେଟ୍ ସଚିବାଳୟ, ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ ସଚିବାଳୟ ଓ କନଫରେନ୍ସି ଫ୍ୟାସିଲିଟି ରହିବ।ଅନୁମାନ କରାଯାଉଛି ଯେ ମୋଦୀ ସରକାର ପିଏମଓର ନୂତନ ନାମକରଣ କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ତୃତୀୟ କାର୍ଯ୍ୟକାଳ ଆରମ୍ଭରେ କହିଥିଲେ ଯେ ପିଏମଓ ମୋଦୀର ନୁହେଁ, ଜନତାଙ୍କର ହେବା ଦରକାର । ଏହା ଲୋକଙ୍କ ସେବାର କାର୍ଯ୍ୟାଳୟ ଅଟେ । ଏଥିପାଇଁ ନୂଆ କାର୍ଯ୍ୟାଳୟ ସହ ପିପୁଲ୍ସ ପିଏମଓ ବିଚାରଧାରାକୁ ଆଗକୁ ବଢାଯାଇପାରେ । କେନ୍ଦ୍ର ସରକାର ସାଉଥ୍ ବ୍ଲକ୍ ଏବଂ ନର୍ଥ ବ୍ଲକ୍କୁ ଏକ ବିଶାଳ ସାର୍ବଜନୀନ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରିଛନ୍ତି, ଯାହାର ନାମ ‘ଯୁଗେ ଯୁଗିନ୍ ଭାରତ ସଂଗ୍ରହାଳୟ’ ରହିବ। କୁହାଯାଉଛି ଯେ ଏ ସମ୍ପର୍କରେ ଭାରତୀୟ ଜାତୀୟ ସଂଗ୍ରହାଳୟ ଏବଂ ଫ୍ରାନ୍ସ ସଂଗ୍ରହାଳୟ ବିକାଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ମୋଦି ସରକାର କହିଛନ୍ତି ଯେ ଏହି ସଂଗ୍ରହାଳୟ ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବ ଏବଂ ଆମର ଗୌରବମୟ ଅତୀତ, ଉଜ୍ଜ୍ୱଳ ବର୍ତ୍ତମାନ ଏବଂ ସୁବର୍ଣ୍ଣ ଭବିଷ୍ୟତ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |