ଭୁବନେଶ୍ୱର,୧୮।୮: ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଆସନ୍ତା ମାସରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍।ଏନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ। ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି।ବିଜେଡି ଅଭିଯୋଗରେ ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ୍ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି CEO କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |