ସମ୍ବଲପୁରରେ ପୋଲିସ ଓ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଏନକାଉଣ୍ଟର

ସମ୍ବଲପୁର,୧୯ା୮:ସମ୍ବଲପୁର ପୋଲିସ ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ  ଏନକାଉଣ୍ଟର । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି ସାମଦ ।ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଏମଡି ସାମଦକୁ ଖଣ୍ଡୁଆଳ ନିକଟରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।   ପୋଲିସକୁ ଦେଖି ଏମଡି ସାମଦ ପୋଲିସ ଉପରକୁ ୨ ରାଣ୍ଡ ଗୁଳି ଚଳାଇ ଥିଲା ।  ଜବାବରେ ପୋଲିସ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଚଳାଇ ଏନକାଉଣ୍ଟର କରିଥିଲା।ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଆହତ ହୋଇଛି ଅପରାଧୀ ମହମ୍ମଦ ସାମଦ। ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି। ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!