ମାସେ ଜେଲରେ ରହିଲେ ହରାଇବେ ପଦବୀ

ନୂଆଦିଲ୍ଲୀ,୨୦ା୮:ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।ଲୋକସଭାରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି । ସମ୍ବିଧାନ ସଂଶୋଧନ ବିଲ ଆଗତ କଲେ ଅମିତ ଶାହା । ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦବୀ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । 30 ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ଦେବାକୁ ପଡ଼ିବ ଇସ୍ତଫା ।5 ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମାମଲାରେ 30 ଦିନ ଜେଲରେ ରହିଲେ ଯିବ ପଦ । ସେମାନୋ ଇସ୍ତଫା ଦେବେ ନଚେତ୍ ତାଙ୍କ ପଦ ରଦ୍ଦ ହୋଇଯିବ । ଏହି ବିଲ୍ ଗୁଡ଼ିକ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ ୨୦୨୫, ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍‌କୁ ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ(ସଂଶୋଧନ)ବିଲ୍ ୨୦୨୫ର ଉଦ୍ଦେଶ୍ୟ ସଂପର୍କରେ କୁହାଯାଇଛି, ଗୁରୁତର ଆପରାଧିକ ଅଭିଯୋଗରେ ଗିରଫ ହୋଇଥିବା ତଥା ହାଜତରେ ଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ରହିଥିବା କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରିବା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ର ଧାରା ୪୫ରେ ସଂଶୋଧନ କରିବାର ଆବଶ୍ୟକତା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!