ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

ଭୁବନେଶ୍ୱର,୨୦।୮: ବିଶିଷ୍ଟ ସାହିତି୍ୟକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହୋଉଥିଲେ।ବିନୋଦ ପଶାୟତ ଓଡ଼ିଶାର ଜଣେ ପ୍ରଖ୍ୟାତ କବି ଏବଂ ଲେଖକ। ସମ୍ବଲପୁରୀ / କୋଶଳୀ ସାହିତ୍ୟରେ ତାଙ୍କର ଅବଦାନ ଅମୂଲ୍ୟ। ସେ ତାଙ୍କ କବିତା ଏବଂ ଅନ୍ୟାନ୍ୟ ଲେଖାରେ ସରଳତା ପାଇଁ ଲୋକପ୍ରିୟ। ତାଙ୍କର ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାର ବିଶାଳ ଅଞ୍ଚଳରେ ବହୁଳ ଭାବରେ ପରିଚିତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!