ଦେବଗଡ଼ ,୨୧।୦୮ : ଦେବଗଡ଼ ବନ୍ଦ ଡାକରା। ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟ ଚିକିତ୍ସାଳୟ କୋଠାକୁ ନୂଆବାଲିରୋଇକୁ ସ୍ଥାନାନ୍ତର ହେବା ପରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଉପଖଣ୍ଡସ୍ତରୀୟ ମେଡିକାଲର ମାନ୍ୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଯାହାଫଳରେ ସବୁ ଅଫିସ, ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ୍ ରହିଛି । ଗୁରୁବାର ଦିନ ଦେଗଗଡ଼ ବନ୍ଦ ପାଳନ କରାଯାଉଛି । ଦେବଗଡ଼ ଜିଲ୍ଲା ଯୁବକ ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନର ଡାକରା ଦିଆଯାଇଛି । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦରେ ଅତ୍ୟବଶ୍ୟକ ସାମଗ୍ରୀ, ଚିକିତ୍ସା ସେବା, ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଉଥିବା ବେଳେ ଦୋକାନ ବଜାର, ସରକାରୀ-ବେସରକାରୀ ଅନୁଷ୍ଠାନ, ବସ-ମଟର ବନ୍ଦ ରହିଛି । ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ବୈଠକ ବସିଥିଲା । ସେଥିରେ ସର୍ବସମ୍ମତିକ୍ରମେ ବନ୍ଦ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ିମଟର ଅଟକାଇଛନ୍ତି ଆନ୍ଦୋଳନାକାରୀ । ଏହିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ମଧ୍ୟ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |