ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ

ନୂଆଦିଲ୍ଲୀ ,୨୧/୦୮: ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି । ନାମାଙ୍କନ ଦାଖଲର ଶେଷ ଦିନରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଂଗ୍ରେସ ସାଂସଦ ପ୍ରସ୍ତାବକ ରହିଥିଲେ । ଏହା ସହ ଇଣ୍ଡି ମେଣ୍ଟର ଅନ୍ୟ ସାଂସଦମାନେ ମଧ୍ୟ ପ୍ରସ୍ତାବକ ରହିଥିଲେ । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସମେତ ଅନେକ ବରିଷ୍ଠ ନେତା ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ଇଣ୍ଡିମେଣ୍ଟ ପକ୍ଷରୁ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି ।ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବୁଧବାର ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ଭେଟେରାନ୍ ତଥା ରାଜ୍ୟପାଳ ବନାମ୍ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ସାଉଥ୍ କ୍ୟାଣ୍ଡିଡେଟ୍ ଦେଇ NDA ଚାଲ୍ କୁ କାଉଣ୍ଟର ପାଇଁ ଇଣ୍ଡିର ଉଦ୍ୟମ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!