ନୂଆଦିଲ୍ଲୀ,୨୧।୮: ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଗୁରୁବାର ମଧ୍ୟାହ୍ନରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ମଧ୍ୟାହ୍ନ ପ୍ରାୟ ଗୋଟାଏ ୩୯ ମିନିଟରେ ଅନୂଭୂତ ହୋଇଥିବା ଏହି କମ୍ପନ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ୩୪.୬୮ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୪.୩୯ ପୂର୍ବ ଦ୍ରାଘିମାରେ ଥିବା ଏନସିଏସ୍ ସୂଚିତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |