ଭୁବନେଶ୍ବର,୨୧।୮: ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ପରୀକ୍ଷା ଆଉ ହେବ ନାହିଁ ।OTET ସ୍ଥଗିତ ନେଇ BSE ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଛି ।ତେବେ ପୁଣିଥରେ କେବେ ଓଟିଇଟି ପରୀକ୍ଷା ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । ଖୁବ୍ ଶୀଘ୍ର OTET ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।ଅନିବାର୍ଯ୍ୟ କାରଣବଶତଃ ସ୍ଵତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖା ଯାଇଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସ୍ଵତନ୍ତ୍ର OTET ପରୀକ୍ଷାକୁ ବୋର୍ଡ ସ୍ଥଗିତ ରଖିଲା ସେ ନେଇ କିଛି କୁହାଯାଇ ନାହିଁ । ଅଗଷ୍ଟ ୩୧ରେ ଦୁଇଟି ସିଟିଂରେ ସ୍ଵତନ୍ତ୍ର OTET ପରୀକ୍ଷା ହେବାର ଥିଲା । ତା’ପୂର୍ବରୁ ଜୁଲାଇ ୨୦ରେ ସ୍ଵତନ୍ତ୍ର OTET ହେବା ନେଇ ସ୍ଥିର ହୋଇଥିଲା । ତେବେ OTET ପ୍ରଶ୍ନପତ୍ର ଲିକ୍ ପରେ ଜୁଲାଇ ୨୦ରେ ହେବାକୁ ଥିବା ପରୀକ୍ଷାକୁ ବୋର୍ଡ ବାତିଲ୍ କରିଥିଲା ।ଏବେ କ୍ରାଇମବ୍ରାଞ୍ଚ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଜାରି ରଖିଛି । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ମାମଲାରେ ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତି, ଡାଟାଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ସହ ରାୟଗଡ଼ାର ଶିକ୍ଷକ ନେତା ବିଜୟ ମିଶ୍ର ଅଛନ୍ତି ।ସେପଟେ କ୍ରାଇମବ୍ରାଞ୍ଚ ଗୁରୁବାର ଅନ୍ୟତମ ଦୁଇ ଅଭିଯୁକ୍ତ ରାମଜି ପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀଙ୍କୁ ରିମାଣ୍ଡରେ ଆଣିଛି । ଉଭୟଙ୍କୁ ଦିନକ ପାଇଁ ଚୌଦ୍ଵାର ଜେଲରୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ଆଣି ଜେରା କରାଯାଇଛି । ଆଜି ଦିନ ୨ ଟାରୁ ଆସନ୍ତାକାଲି ଦିନ ୨ ଟା ପର୍ଯ୍ୟନ୍ତ ଉଭୟ ରିମାଣ୍ଡରେ ରହିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |