କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି।ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍ ନିର୍ମାଣ କରିବାକୁ ପୂଜା କମିଟିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଏପରିକି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବାକୁ କମିଟିକୁ ଅନୁମତି ଦିଆଯାଇଛି।ଗୁରୁବାର ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି।ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । କଟକ ସହର ସମସ୍ୟା ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି । କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ୍ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ପୂଜା ଲାଗି ଗେଟ୍ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ । ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ, ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଏହା ବାଦ୍ ପ୍ରତ୍ୟେକ ପୂଜା ମଣ୍ଡପ ଅନୁମତି ପତ୍ର ନେବା ଆଗରୁ ମଣ୍ଡପର ଅଗ୍ନି ନିରାପତ୍ତା, ବିଦ୍ୟୁତ ନିରାପତ୍ତା ଏବଂ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ତଦାରଖ କରିବା ଲାଗି କଟକ ଡିସିପିଙ୍କୁ ନିର୍ଦ୍ଦେଶ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |