ଡାବୁଗାଁ ବ୍ଲକରେ ମଣ୍ଡିକାର୍ଡ ପଞ୍ଜିକରଣରେ ମହା ଦୁର୍ନୀତି

ନବରଂଗପୁର(ମିହିର ଶଙ୍କର ପାତ୍ର),,୨୨।୮:- ବିଦ୍ରୋ:-ସବୁଠୁ ଆଶ୍ଚର୍ଯ୍ୟର କଥା ଅବିବାହିତ ମହିଳାଙ୍କୁ 30ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ଜମି ମାଲିକଙ୍କ ସ୍ତ୍ରୀ ବଲି ଦର୍ଶାଇ ନାମ ପଞ୍ଜିକରଣ କରାଯାଇଛି।ସରକାର ଚାଷୀମାନଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ପ୍ରତି ବ୍ଲକରେ ମଣ୍ଡି ଖୋଲିଛନ୍ତ ଏବଂ।ପ୍ରକୃତ ଚାଷି ଚି଼ହ୍ନଟ ପାଇଁ ମଣ୍ଡି କାର୍ଡ ପାଇଁ ପଞ୍ଜିକରଣ କରାଯାଉଛି।କିନ୍ତୁ କିଛି ଅସାଧୁ ବିଭାଗୀୟ କର୍ମଚାରୀ ମଧ୍ୟସ୍ଥି ତଥା ଦଲାଲଙ୍କ ପ୍ରଲୋଭନରେ ପଡି ପ୍ରକୃତ ଚାଷୀମାନଙ୍କୁ ଏହାର ଲାଭ ପାଇବାରୁ ବଞ୍ଚିତ ରଖୁଛନ୍ତି |ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଲ୍ୟାମ୍ପ ବିରଧରେ |ଅଭିଯୋଗ ପ୍ରକାରେ ପୂଜାରୀଗୁଡା ମୌଜାର ଖାତା ନମ୍ବର 44 ମୋଟ ଜମିରେ ପରିମାଣ 11ଏକର 04 ସେଣ୍ଟରେ ପଟାଦାର ର ପ୍ରକୃତ ଉତ୍ତରାଧିକା ମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ଉଦେଶ୍ୟରେ ନାମ ପଞ୍ଜିକରଣ କରିବାକୁ ଯାଇଥିଲେ କିନ୍ତୁ ସେହି ଜମିରେ ପୂର୍ବରୁ ଦୁଇଜଣ ମହିଳାଙ୍କ ନାମରେ ଦଲାଲ ମାନେ ପଣ୍ଡି କାର୍ଡରେ ନାମ ପଞ୍ଜି କାରଣ କରିଦେଇଥିବା ଜଣା ପଡିଲା।ଯେଉଁ ମାନଙ୍କ ନାମରେ ମଣ୍ଡି କାର୍ଡ ପଞ୍ଜିକରଣ ହେଇଚି ସେମାନେ ମେଦନା ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ପଦ୍ମା ଭତରା ଓ କମଳା ଭତରା। ଏହି ଦୁଇ ମହିଳାଙ୍କ ପ୍ରକୃତ ପଟା ଦାର ସହିତ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ |ତଥାପି ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯାଗୁଁ ସରକାରୀ ଗାଇଡ଼ ଲାଇଙ୍କୁ ଅଣଦେଖା କରି ଦୁଇ ମହିଳାଙ୍କ ନାମରେ ପଞ୍ଜିକାରଣ କରା ଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଅବିବାହିତ ମହିଳାଙ୍କୁ 30ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ଜମି ମାଲିକ ର ସ୍ତ୍ରୀ ବଲି ଦର୍ଶାଇ ନାମ ପଞ୍ଜିକରଣ କରାଯାଇଛି। ଏଭଳି ହେରଫେର ଯାଗୁଁ ପ୍ରକୃତ ଚାଷି ମଣ୍ଡି କାର୍ଡ ରୁ ବଞ୍ଚିତ ହେଉଛନ୍ତୁ? ଏ ବିଷୟରେ ବୁଝିବା ପାଇଁ ଡାବୁଗାଁ ଲେମ୍ପ ଭାରପ୍ରାପ୍ତ ଏମଡି ହରିବନ୍ଧୁ ମିର୍ଗାନ କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିଲା ନାଇଁ।ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ପ୍ରକୃତ ଚାଷୀମାନଙ୍କୁ ଏହି ସ୍କିମରେ ସାମିଲ କରିବାକୁ ସାଧାରଣରେ ଦାବୀ ହେଉଛି କାରଣ ଡାବୁଗାଁ ବ୍ଲକରେ ମଣ୍ଡି କାର୍ଡ ପଞ୍ଜିକରଣ ରେ ସର୍ବାଧିଜ ଘୋଟଲା ହୋଇଥିବା ସୂଚନା ମିଳୁଛି। ସଠିକ ତଦନ୍ତ ହେଲେ ଏଭଳି ଅନେକ ତଥ୍ୟ ସମାନ କୁ ଆସିବ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!