ରାଜଧାନୀରେ ହେବ କୁକୁର ଗଣନା

ଭୁବନେଶ୍ୱର,୨୨।୮: ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।ରାଜରାସ୍ତାରେ ବୁଲାକୁକୁରକୁ ନେଇ ଏବେ ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କୁକୁରଙ୍କୁ ନେଇ ପଶୁପ୍ରେମୀ, ପ୍ରଶାସନ, ସରକାର ଚିନ୍ତିତ ଥିବା ବେଳେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ସାରିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣାଯିବ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏହି କାମ କରିବ। ବିଏମ୍‌ସି ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଏମ୍‌ସି ମେୟର କହିଛନ୍ତି, ରାଜଧାନୀରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ହେବ। କୁକୁରମାନଙ୍କର କାନରେ  ଟ୍ୟାଗ୍‌ ଲାଗିବ। ବିଏମ୍‌ସି ପାଖରେ କୁକୁରଙ୍କ ସମସ୍ତ ତଥ୍ଯ ରହିବ। ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ। ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ୍‌ରେ ରହିବ। ଏହା ଦ୍ବାରା କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ। ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି। ବିଏମ୍‌ସି  ପାଖରେ ଘରେ ରଖୁଥିବା ପୋଷା କୁକୁରଙ୍କ ତଥ୍ୟ ରହିପାରିବ। ଟ୍ୟାଗ୍ ଲାଗିଲେ ସହର ସୁନ୍ଦର ରହିବ।କୁକୁର ସୁରକ୍ଷିତ ରହିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!