ଖୋଲିଲା ହୀରାକୁଦ ଡ୍ୟାମର ୪ ଗେଟ୍

ସମ୍ବଲପୁର ,୨୩।୮:  :ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍‌ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ହେଉଥିବାରୁ ଶନିବାର ଡାହାଣ ପଟରୁ ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ କ୍ରମଶଃ ବୃଦ୍ଧି ପାଇଛି।ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ୨୦ ଦିନ ବ୍ୟବଧାନ ପରେ ଆଜି ପୁଣି ଗେଟ୍ ଖୋଲିଛି ହୀରାକୁଦ। ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍ ଖୋଲାଯାଇଛି।ଗେଟ୍ ଖୋଲିବାକୁ ନିଷ୍ପତ୍ତି, ତେବେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ ଭିତରକୁ ନ ଯିବାପାଇଁ ସତର୍କ ସୂଚନା ଜାରି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଫୁଲୁଥିବା ସୂଚନା। ସକାଳ ୬ ଟା ସୁଦ୍ଧା ୬୨୦.୧୦ ଫୁଟ ଜଳସ୍ତର ରହିଛି । ସେକେଣ୍ତ ପ୍ରତି ୨ ଲକ୍ଷ ୪ ହଜାର ୮୩୧ କ୍ୟୁଂସେକ ଜଳ ପ୍ରବେଶ କରୁଛି । ତେଵେ ଜଳସ୍ତର ହ୍ରାସ ଓ ଜଳ ପ୍ରବେଶ କମିଥିବାରୁ ଅଗଷ୍ଟ ୩ରେ ସମସ୍ତ ଗେଟ ବନ୍ଦ ହୋଇଥିଲା । ୨୦ ଦିନ ବ୍ୟବଧାନ ପରେ ଆଜି ପୁଣି ଗେଟ ଖୋଲୁଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!