ଭୁବନେଶ୍ବରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ବର,୨୩।୮: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ୪ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଛିI ଏହି ମାମଲାରେ ପ୍ରେମୀ ଯୁଗଳଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗI ଦୁହେଁ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ ମାରିଜୁଆନା।ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ମିଳିଲା ମାରିଜୁଆନା । ୪ କୋଟି ଟଙ୍କାର ମାରିଜୁଆନା ଜବତ କଲା DRI I ପ୍ରେମୀ ଯୁଗଳ କରୁଥିଲେ ଚାଲାଣ I ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ବାନ୍ଧିଲା କଷ୍ଟମ ବିଭାଗ I ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା I ପୂର୍ବରୁ ଏକାଧିକ ଥର ଏୟାରପୋର୍ଟ ରୁ ଜବତ ହୋଇଥିଲା ମାରିଜୁଆନା ।ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ  ଚଳିତ ମାସ ୮କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଥିଲା। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ହାବୁଡ଼ରେ ଏହି ଚୋରାଚାଲାଣ ଧରାପଡ଼ିଥିଲା। ଏହି ଚଢ଼ଉରେ ଗୁଜୁରାଟ ଅହମ୍ମଦାବାଦର ଜଣେ ଯୁବକଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା। ଏଣେ  ଗତ ମାସ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା। ଏହି ଚଢ଼ଉରେ ଉତ୍ତରପ୍ରଦେଶର ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ପୁଣିଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ଗଞ୍ଜେଇ ହବ୍‌ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!