ଭୁବନେଶ୍ୱର,୨୩।୮:ବସ୍ରେ ମାଗଣାରେ ଯିବେ ଛାତ୍ରଛାତ୍ରୀ। ସମସ୍ତଙ୍କୁ ମିଳିବ ମାଗଣା ପୁସ୍ତକ। ସ୍କୁଲ ଓ ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ କରିଛନ୍ତି ଏହି ଘୋଷଣା। ଆଗରୁ SC, ST ପିଲାଙ୍କୁ ମାଗଣାରେ ମିଳୁଥିଲା ବହି। ସାଧାରଣ ବର୍ଗରେ ପିଲାମାନେ ପାଉନଥିଲେ ଏହି ସୁବିଧା। ହେଲେ ଏବେଠାରୁ ସବୁ ପିଲାଙ୍କୁ ମାଗଣା ବହି ଯୋଗାଇଦେବେ ସରକାର।ଏଥିସହ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନିଙ୍କ ବସ୍ ଭଡ଼ା। ପିଲାମାନେ ସ୍କୁଲକୁ ଯାତାୟାତ କରିବା ସମୟରେ ୟୁନିଫର୍ମ ଓ ଆଇ-କାର୍ଡ଼ ଦେଖାଇ ମୁଖ୍ୟମନ୍ତ୍ରୀ ବସରେ ବିନା ପଇସାରେ ଯାତ୍ରା କରିପାରିବେ। ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନେଇପାରିବେ ଏହି ସୁବିଧା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |