ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ ପାର୍କିଂରେ ଖସିଲା କାର୍

ପୁରୀ,,୨୪ା୮: ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ । ପ୍ରଥମ ମହଲାରୁ ତଳକୁ ଖସିଲା ବୋଲେରୋ ।ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସିଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ବୋଲେରୋ ଡ୍ରାଇଭର ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଡ୍ରାଇଭରଙ୍କ ଘର ଧାମରା ଅଞ୍ଚଳର ବୋଲି ଜଣାପଡ଼ିଛି । ପାର୍କିଂରେ ଗାର୍ଡ ୱାଲ୍ ନ ଥିବା କାରଣରୁ ଏ ଅଘଟଣ ଘଟିଥିବା କୁହାଯାଉଛି ।ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍‌ ପାର୍କିଂରୁ ତଳକୁ ଖସିପଡ଼ିଛି ଏକ ବୋଲେରୋ। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ବାଲେଶ୍ଵରର ସଞ୍ଜୟ ସେଠୀ ।ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉ ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!